Get Updates
Get notified of breaking news, exclusive insights, and must-see stories!

Mahanadi: ମହାନଦୀରେ ଫସିଲେ ୧୭ ଟିକିଆ ହାତୀପଲ

ମହାନଦୀରେ ଫସିଲେ ୧୭ ଟିକିଆ ହାତୀପଲ । ମହାନଦୀ ଭଗିପୂର୍ ଘାଟଠାରେ ଫସିଛନ୍ତି ହାତୀପଲ । ଗତକାଲି ରାତିରେ ମହାନଦୀ ପାର ହେଉଥିବା ଫସି ରହିଛନ୍ତି । ଆଠଗଡ଼ ସୁକାଶନ୍ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯିବା ପାଇଁ ହାତୀପଲ ମହାନଦୀ ପାର୍ ହେଉଥିଲେ । ହେଲେ ମହାନଦୀ ପାଣିର ସ୍ରୋତ ଅଧିକ ଥିବାରୁ ଫସିଗଲେ ହାତୀପଲ । ମହାନଦୀରେ ପାଣି ସ୍ରୋତ ଜୋର୍ ଥିବାରୁ ମହାନଦୀ ଭଗିପୂର୍ ଘାଟଠାରେ ଫସି ରହିଛନ୍ତି ୧୭ ଟିକିଆ ହାତୀ ପଲ । ଡମପଡ଼ା ଚନ୍ଦକା ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ।

ସେହିପରି ଗତକିଛି ଦିନ ତଳେ ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଥିଲେ ୧୫ରୁ ଅଧିକ ଗାଈ । ମହାନଦୀ ପଠାକୁ ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀ ଜଳସ୍ତର ବଢିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଆଉ ଆସିପାରିନଥିଲେ । ଏବେବି ୧୫ରୁ ଅଧିକ ଗାଈ ଫସିରହିଛନ୍ତି । ଡମପଡା ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Mahanadi 17 elephants stranded in Mahanadi
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+