Mahakumbh Mela 2025: ମାର୍ଚ୍ଚ ଯାଏଁ ଚାଲିବ କି ମହାକୁମ୍ଭ ? ଘୁଞ୍ଚିବ କି ମହାକୁମ୍ଭ ?
ମାର୍ଚ୍ଚ ଯାଏଁ ଚାଲିବ କି ମହାକୁମ୍ଭ ? ଘୁଞ୍ଚିବ ବି ମହାକୁମ୍ଭ ? ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଏହା ମାର୍ଚ୍ଚ ମାସ ଯାଏଁ ଜାରି ରହିବ କି ?
ତେବେ ମହାକୁମ୍ଭ ସମାପ୍ତିର ତାରିଖକୁ ନେଇ ଏବେ ବଢିଛି ଦ୍ବନ୍ଦ୍ବ । ଆଉ ଏହି ଦ୍ବନ୍ଦ୍ବ କେବଳ ସୋସିଆଲ ମିଡିଆର କିଛି ପୋଷ୍ଟକୁ ନେଇ ହିଁ ଉଠିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ପୋଷ୍ଟ କରିଛନ୍ତି ଯେ ମାର୍ଚ୍ଚ ଯାଏଁ କୁମ୍ଭମେଳା ଜାରି ରହିବ । ମହାଶିବରାତ୍ରୀରେ ଶେଷ ନହୋଇ ତାହା ଆହୁରି କିଛି ଦିନ ଚାଲୁ ରହିବ ।
ତେବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା କିଛି ଅପପ୍ରଚାର ଏବଂ ଗୁଜବକୁ ନେଇ ଏବେ ଭକ୍ତଙ୍କ ମନରେ ଦ୍ବନ୍ଦ୍ବ ଉପୁଜିଛି । ପ୍ରୟାଗରାଜ ଯାଉଥିବା ଅନେକ ଶ୍ରଦ୍ଧାଳୁ ଏହି ତାରିଖ ଘୁଞ୍ଚିବା କଥାକୁ ନେଇ କନଫ୍ୟୁଜ ଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରୟାଗରାଜ ଜିଲ୍ଲାପାଳ ।
ଅପପ୍ରଚାରକୁ ଖଣ୍ଡନ କରି ସେ କହିଛନ୍ତି, ମହାକୁମ୍ଭର ଆରମ୍ଭ ଏବଂ ଶେଷ ତାରିଖ ମୁହୂର୍ତ୍ତ ଅନୁସାରେ ସ୍ଥିର ହୋଇଥାଏ । ୨୬ ଫେବୃୟାରୀ ହେଉଛି ମହାକୁମ୍ଭ ସମାପ୍ତ ହେବାର ନିର୍ଦ୍ଧାରିତ ତାରିଖ ।

ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଗୁରୁବାର ୧.୨୮ କୋଟି ଭକ୍ତ ତ୍ରିବେଣୀରେ ସ୍ନାନ କରିଛନ୍ତି ଆଉ ଏଯାଏଁ ୫୮ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।












Click it and Unblock the Notifications