Get Updates
Get notified of breaking news, exclusive insights, and must-see stories!

Mahakumbh 2025: ମହାକୁମ୍ଭକୁ ୧୫ ହଜାର ଟ୍ରେନ୍‌: ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଥିଲା ୬୦ ସ୍ବତନ୍ତ୍ର ଟ୍ରେନ୍‌

ମହାକୁମ୍ଭ ସମୟ ତଥା ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଉଲ୍ଲେଖନୀୟ ରେକର୍ଡ କରିଛି । ମୋଟ ୧୩ ହଜାର ୫୦୦ ଟ୍ରେନ୍‌ ଚଳାଇବାକୁ ଲକ୍ଷ୍ୟ ରଖାଯାଇଥିବା ଭାରତୀୟ ରେଳବାଇ ଅଧିକ ୧୫୦୦ ଟ୍ରେନ୍‌ ଚଳାଇ ମାଇଲଖୁଣ୍ଟ ସୃଷ୍ଟି କରିଛି।

ଏହି ରେକର୍ଡ ଭାଙ୍ଗିବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ରହିଛି। ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ମଧ୍ୟ ଓଡ଼ିଶାର ୨୫ଟି ପ୍ରମୁଖ ସହରରୁ ୬୦ଟି ସ୍ୱତନ୍ତ୍ର ଟ୍ରେନ୍‌ ପରିଚାଳନା କରି ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିୟମିତ ଟ୍ରେନ୍ ସେବା ସହ ରେଳ ପ୍ରଶାସନ ସୁନିଶ୍ଚିତ କରିଥିଲା ଯେ ଓଡ଼ିଶାର ପ୍ରତି କୋଣରୁ ତୀର୍ଥଯାତ୍ରୀମାନେ ନିକଟବର୍ତ୍ତୀ ଅଞ୍ଚଳ ତଥା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍‌ରୁ ଟ୍ରେନ୍ ଚଢ଼ିପାରିବେ।

Mahakumbh 2025

ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର, ବାଲୁଗାଁ, ଯାଜପୁର-କେନ୍ଦୁଝର ରୋଡ୍, ଯଖପୁରା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରଗଡ଼, ଢେଙ୍କାନାଳ, ସମ୍ବଲପୁର, ରାୟଗଡ଼ା, ଟିଟିଲାଗଡ଼, ବଲାଙ୍ଗୀର ଓ ଅନ୍ୟାନ୍ୟ ସହରଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ପ୍ରୟାଗରାଜ ସହିତ ସଂଯୋଗ କରାଯାଇଥିଲା। ଓଡ଼ିଶାରୁ ନିୟମିତ ଟ୍ରେନ୍‌ ସେବା ସହ ୬୦ଟି ସ୍ୱତନ୍ତ୍ର ଟ୍ରେନ୍‌ ମହାକୁମ୍ଭ ପାଇଁ ପ୍ରୟାଗରାଜ ଗଡ଼ିଥିଲା। ଯାହାକି ଲକ୍ଷାଧିକ ତୀର୍ଥଯାତ୍ରୀଙ୍କ ନିରାପଦ, ଦକ୍ଷ ଓ ସୁଗମ ଯାତ୍ରା ଯୋଗାଇବାକୁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅତିରିକ୍ତ ବ୍ୟବସ୍ଥା କରିଥିଲା। ଯେଉଁଥିରେ ପ୍ରୟାଗରାଜ ନିକଟରେ ଅତିରିକ୍ତ ରେକ୍ ରହିଥିଲା, ଯାହାକି ଆବଶ୍ୟକତା ଅନୁସାରେ ବ୍ୟବହାର ହେଉଥିଲା। ସ୍ୱତନ୍ତ୍ର ସେବା ସହ ୧୫ ହଜାରରୁ ଅଧିକ ଟ୍ରେନ ପରିଚାଳନାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତୀଶ କୁମାର ତଦାରଖ କରୁଥିଲେ। ସହଜ ଟିକେଟିଂ ବିକଳ୍ପ ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରି ଏବଂ ତୀର୍ଥଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ସମୟରେ ଆଶ୍ରୟ ପ୍ରଦାନ କରି ଯାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି କରିବା ଉପରେ ରେଳବାଇ ଧ୍ୟାନ ଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+