Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରୁ ମହାକୁମ୍ବ ; ମହିଳାଙ୍କ ପାଇଁ ୫୦% ରିହାତି, ବସରେ କଣ ରହିଛି ସୁବିଧା ?

ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍‌ ସେବା ଆରମ୍ଭ ହୋଇଛି । ୪ଟି ଅତ୍ୟାଧୁନିକ ବସ୍‌କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବସ୍‌ ସେବା ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଥିବା ବେଳେ ଓଡ଼ିଶାରୁ ଏହି ବସ୍‌ ସେବା ଆରମ୍ଭ ହୋଇଛି । ବାରଣାସୀ ଏବଂ ପ୍ରୟାଗରାଜ ହୋଇ ଆଯୋଧ୍ୟାରେ ପହଞ୍ଚିବ ଏହି ବସ ।

ଓଡ଼ିଶାରୁ 200 ଯାତ୍ରୀ:

ପ୍ରଥମ ଦିବସରେ 200 ରୁ ଅଧିକ ଯାତ୍ରୀ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ବସ୍‌ । ଭୁବନେଶ୍ବର ଲୋକସେବା ଭବନରୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ 4ଟି ଯାକ ବସ୍‌ର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍‌ ଶୁଭାରମ୍ଭ କରିଥିଲେ ।

ବସ୍‌ରେ ଯାତ୍ରୀଙ୍କ ପାଇଁ କଣ ରହିଛି ସୁବିଧା ?

ଗୋଟିଏ ବସ୍‌ରେ ୪୬ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି । ବସରେ ଲାଇଟ ଭେଇକିଲ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ମଧ୍ୟ ରହିଛି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ବସ୍‌ର ଚଳାଚଳ କରାଯାଉଛି । ଆବଶ୍ୟକ ହେଲେ ଆହୁରି ଅଧିକ ବସ୍‌ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ ୨୫୦୦ କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା । ବସ୍‌ ଗୁଡିକର ରହଣି ସ୍ଥାନରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବସ୍‌ରେ ଶୋଇକି ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀଙ୍କ ଆରାମ ଦାୟକ ଯାତ୍ରା ପାଇଁ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।।

୨୪ ଘଣ୍ଟିଆ ହେଲ୍ପ ଡେସ୍କ

ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ 1800 345 1122କୁ କଲ୍ କରିପାରିବେ କିମ୍ବା 78490 52205 ନମ୍ବରରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ । ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ OSRTCର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି । ''

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ରାମ ଲାଲାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଚଳିତ ବର୍ଷ ଜାନୁଆରୀ 13 ତାରିଖରୁ ଫେବ୍ରୁଆରୀ 26 ପର୍ଯ୍ୟନ୍ତ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତି 12 ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ପ୍ରାୟ 40 କୋଟି ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Mahakumbh mela 2025
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+