ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ
Maha Shivratri 2025: ଫେବ୍ରୁଆରୀ ୨୬ ତାରିଖରେ ସାରା ଦେଶରେ ପାଳନ କରାଯିବ ମହାଶିବରାତ୍ରୀ । ଏବେଠୁ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଦିନ ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚଳିତବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଶିବରାତ୍ରୀ ପୂର୍ବ ରାତି ୨ ଟା ୩୦ରେ ମନ୍ଦିରର ଦ୍ୱାର ଖୋଲିବ ଏବଂ ଭୋର୍ ୩ଟାରୁ ସାଢେ ୩ଟା ମଧ୍ୟରେ ମଙ୍ଗଳ ଆଳତି ଓ ଆବକାଶ ନୀତି ସମ୍ପନ୍ନ ହେବ ।












Click it and Unblock the Notifications