Get Updates
Get notified of breaking news, exclusive insights, and must-see stories!

ମହା ଶିବରାତ୍ରୀ ୨୦୨୪: ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ରାତି ୧୦ରେ ଲିଙ୍ଗରାଜଙ୍କ ମହାଦୀପ । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇଛି । ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ନିଯୋଗ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଏକାମ୍ର ଶୈବ କ୍ଷେତ୍ର ଶ୍ରୀଲିଙ୍ଗରାଜ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଛି । ସୂଚନା ଅନୁସାରେ, ଏଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ।

Maha Shivratri

ଆସନ୍ତା ମାର୍ଚ୍ଚ ୦୮ ତାରିଖରେ ପାଳନ ହେବ ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବାସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଆଜି ବୈଠକ ଅନୁଷ୍ଠିତ ହେଇଥିଲା ।

ଏଥିରେ ଜାଗର ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯିବା ସହ ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା ହୋଇଛି ।

ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବାନ୍ଧିବାକୁ କୁହାଯାଇଛି । ମନ୍ଦିର ଗର୍ଭଗୃହକୁ ପରିଷ୍କାର କରିବା ସହ ମନ୍ଦିରରେ ଲାଗିଥିବା ପିତ୍ତଳ କବାଟଗୁଡ଼ିକ ଏଏସ୍ଆଇ ସଫା କରିବ। ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାର ଥିବାରୁ ଏହାକୁ ଲକ୍ଷ୍ୟ ରଖି ଯିବାଆସିବା ସୁବିଧା ନିମନ୍ତେ ଯାତ୍ରା ଦିନ ଓ ପରଦିନ ମୋ' ବସ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି ।

ଠିକ୍ ସମୟରେ ମହାଦୀପ ଉଠିବା, ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହେବ, ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+