ଶିବରାତ୍ରୀ ୨୦୨୩: ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ୱରର ଏକାମ୍ର ଶୈବ କ୍ଷେତ୍ର ଶ୍ରୀଲିଙ୍ଗରାଜ ନୀତି ନିର୍ଘଣ୍ଟଟ ହୋଇସାରିଛି । ସୂଚନା ଅନୁସାରେ, ଏଥର ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ ।

ଭୁବନେଶ୍ୱର: ଚଳିତ ମାସ ୧୮ ତାରିଖରେ ପାଳନ ହେବ ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବାସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମେୟର, ଉପଜିଲ୍ଲାପାଳ, ଏସିପି ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ଭୁବନେଶ୍ୱରର ଏକାମ୍ର ଶୈବ କ୍ଷେତ୍ର ଶ୍ରୀଲିଙ୍ଗରାଜ ନୀତି ନିର୍ଘଣ୍ଟଟ ଚୂଡାନ୍ତ ହୋଇସାରିଛି । ସୂଚନା ଅନୁସାରେ, ଏଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚଳିତ ଥର ଭୋର୍ ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଶ୍ରୀଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯିବ । ପରେ ଭୋର୍ ୪ଟା ୫ ମଧ୍ୟରେ ସେବାୟତଙ୍କ ପରିବାର ଉତ୍ତର ଦ୍ୱାରା ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିବେ । ପରେ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ସେବାୟତଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ, ସମୟରେ ନୀତି ସମାପନ କରାଯିବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ରାତି ୧୦ଟାରେ ମହାଦୀର ଉଠିବ । ସେହିପରି ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତରରୁ ମୋବାଇଲ୍ ଫୋନ୍ ନେଇକି ଯାଇ ପାରିବେ ନାହିଁ । ଭକ୍ତଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ବ୍ୟାରିକେଟ୍ କରାଯିବ । ମନ୍ଦିର ସମ୍ମୁଖ ଏବଂ ଉତ୍ତର ଦ୍ୱାରରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ମହଜୁଦ ରହିବ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications