ମାଘ ସପ୍ତମୀରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା

ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ ନାହିଁ ଶ୍ରଦ୍ଧାଳୁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ।

କୋଣାର୍କ: ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ ନାହିଁ ଶ୍ରଦ୍ଧାଳୁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ ଓ ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲା ଉପଜିଲ୍ଲାପାଳ ଭାବତାରଣ ସାହୁ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Magha Saptami

ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଏକ ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ, ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ। ଏଥିରେ ସେବାୟତ ଓ ଅଧିକାରୀ ଅଂଶଗ୍ରହଣ କରିବେ। କୋଭିଡ କଟକଣା ଭିତରେ ସର୍ବାଧିକ ୫୦୦ରୁ ୬ ଶହ ଲୋକଙ୍କୁ ଅନୁମତି ଦିଆଯିବ। ତେବେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ତଥା ନୀତିକାନ୍ତି ଅନୁଷ୍ଠିତ ହେବ।

ନୀତିକାନ୍ତି ସହ ଜଡିତ ବ୍ରାହ୍ମଣ, ସେବକଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି। ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ର ମଧ୍ୟକୁ କେବଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁମତି ପ୍ରଦାନ କରାଯିବ। ଶ୍ରଦ୍ଧାଳୁମାନଙ୍କୁ ରୋକିବା ପାଇଁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଟ ନିର୍ମାଣ କରାଯିବା ସହ ବ୍ୟାପକ ପୁଲିସ ଚେକିଙ୍ଗ ପୋଷ୍ଟ କରାଯିବ। ଡ୍ରେନେଜ ବିଭାଗ ଦ୍ଵାରା ତୀର୍ଥ ଖନନ, କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଧନ ପାଇଁ ବ୍ଲିଚିଂ ପକାଇବା କାର୍ଯ୍ୟ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+