ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲା ; ପୋଲିସ ହାତରେ ଲାଗିଲା ସୁଇସାଇଡ ନୋଟ୍

ପୋଲିସ ହାତରେ ଲାଗିଲା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ସୁଇସାଇଡ୍ ନୋଟ୍ । ଭଡ଼ା ଘରୁ ମଧୁମିତାଙ୍କ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଏକ ଡାଏରୀ ବି ଜବତ କରିଛି ପୁଲିସ।

Madhumita Parida

ମୃତ ମଧୁମିତାଙ୍କ ଘରୁ ସୁଇସାଇଡ ନୋଟ୍ ଜବତ କରିଛି କମିସନରେଟ ପୋଲିସ । ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାଙ୍କୁ ରିମାଣ୍ଡରେ ଘରକୁ ନେଇ ତନାଘନା ଚଳାଇଛି ପୋଲିସ । ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରାଯାଉଛି ।

ମଧୁମିତାଙ୍କ ଆତ୍ମହତ୍ୟା ପଛରେ ଏହି ସୁଇସାଇଡ ନୋଟ ଏକ ବଳିଷ୍ଠ ପ୍ରମାଣ ହେବ ବୋଲି ଆଶା କରାଯାଉଛି । ଗତ ୨୨ ତାରିଖ ସନ୍ଧ୍ୟା‌ରେ ବାପୁଜୀନଗର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା । ଆତ୍ମହତ୍ୟା ପୂର୍ବରୁ ସେ ଏକ ଲାଇଭ ଭିଡିଓ କରି ନିଜ ମୃତ୍ୟୁ ପାଇଁ ସ୍ୱାମୀ ଶ୍ରୀଧରଙ୍କୁ ଦାୟୀ କରିଥିଲେ।

ପ୍ରେମ ବିବାହ ପରେ ଶ୍ରୀଧର ତାଙ୍କ ସହ ପ୍ରତାରଣା କରି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିବା ଭିଡିଓରେ ଜଣାଇଥିଲେ। ଘଟଣା ପରେ ଶ୍ରୀଧରଙ୍କୁ ରିମାଣ୍ଡରେ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ । ଆଜି ଶ୍ରୀଧରଙ୍କୁ ମୃତ ମଧୁମିତାଙ୍କୁ ଘରକୁ ନେଇ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+