ମଧୁମିତା ମୃତ୍ୟୁ ମାମଲା; ସ୍ବାମୀ ଶ୍ରୀଧରଙ୍କ ସମର୍କରେ ତଥ୍ୟ ନେଲା ବାୟୁସେନା

ମଧୁମିତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ ଶ୍ରୀଧରଙ୍କ ମୋବାଇଲକୁ ଅଧିକ ଯାଞ୍ଚ ପାଇଁ ଫୋରେନସିକ୍ ଲାବକୁ ପଠାଇବ କମିଶନରେଟ୍‌ ପୁଲିସ। କେତେ ଝିଅଙ୍କ ସହ ତାଙ୍କର ସଂପର୍କ ଥିଲା ମୋବାଇଲରୁ ସ୍ପଷ୍ଟ ହେବ। ସ୍ୱାମୀଙ୍କ ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Madhumita Death Case

ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ୱାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍‌ ସମ୍ପର୍କିତ ତଥ୍ୟ ନେଇଛନ୍ତି। ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଥିବାରୁ ମାମଲାରେ ତଥ୍ୟ ନେଇଥିବା ଜଣାପଡ଼ିଛି।

ସେପଟେ ଶ୍ରୀଧରଙ୍କ ମୋବାଇଲକୁ ଅଧିକ ଯାଞ୍ଚ ପାଇଁ ଫୋରେନସିକ୍ ଲାବକୁ ପଠାଇବ କମିଶନରେଟ୍‌ ପୁଲିସ। କେତେ ଝିଅଙ୍କ ସହ ଶ୍ରୀଧରଙ୍କର ସମ୍ପର୍କ ଥିଲା, ସେ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ମୋବାଇଲରୁ ଫୋରେନସିକ୍ ଲାବକୁ ପଠାଇବା ଜଣାପଡ଼ିଛି। ସ୍ୱାମୀଙ୍କ ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୁଲିସ ଗିରଫ କରିଥିଲା।

ଗତ ବୁଧବାର ରାତିରେ ମଧୁମିତା ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଟ୍ରେନ୍‌ ଲାଇନ୍‌କୁ ଡେଇଁବା ପୂର୍ବରୁ ସେ ନିଜର ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ କହିଥିଲେ। ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+