ପୁରୀ ବିଚ୍‌ରୁ 'ମଦ କୁଡ଼ିଆ' ଯୋଜନା ପ୍ରତ୍ୟାହୃତ, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ରାଜ୍ୟ ସରକାର

ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି । ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା ।

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି । ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

Puri Beach

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ବିଶ୍ୱ ଅଧ୍ୟତ୍ମିକ ନଗରୀରେ ପୁରୀ ବେଳାଭୂମିରେ 'ମଦ କୁଡ଼ିଆ' ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା କରାଯାଉଥିଲା। ଏହାଦ୍ୱାରା ବିଚ୍‌ରେ ପର୍ଯ୍ୟଟକଙ୍କୁ ମଦ ମିଳିବ। ପୁରୀ ଭଳି ସାଂସ୍କୃତିକ ସହରରେ ଏପରି ବ୍ୟବସ୍ଥା କରାଗଲେ ନାନା ବିଘ୍ନ ଘଟିବ ବୋଲି ଆଶଙ୍କା କରାଯାଇଥିଲା। ରାଜ୍ୟ ସରକାରଙ୍କ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କରାଯାଉଥିବା ଏପରି ବ୍ୟବସ୍ଥାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିଲା। 'ମଦ କୁଡ଼ିଆ' ଯୋଜନାକୁ ବନ୍ଦ କରିବା ପାଇଁ ୨୧ଟି ସଙ୍ଗଠନ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି। ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+