ସୁନାରେ ସଜେଇ ହେଲେ ମା' ସୁଭଦ୍ରା
ଜଗତରନାଥ କୌଟିକୈବଲ୍ୟଙ୍କ ଆରମ୍ଭ ହୋଇଛି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ମା ସୁଭଦ୍ରା । ସୁନାରେ ସଜେଇ ହେଲେ ହଳଦୀ ମୁହିଁ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ , ଏପଟେ ଆରକ୍ଷୀ ବାହିନୀର କର୍ଡନରେ କାଳିଆ ଲାଗି ରତ୍ନ ଭଣ୍ଡାର ଲାଗି ଆସିଲା ମହଣ ମହଣ ସୁନା । ସୁନାବେଶ ହେବେ ମହାପ୍ରଭୁ । ଚକାଆଖିର ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଗଡିବ ଲୋତକ । ଆଜି ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ପୁରୀ ବଡଦାଣ୍ଡ ଉଛୁଳିଛି ଭକ୍ତର ଭାବାବେଗ ସହିତ ।

ଚଳିତ ବର୍ଷ ବଢିନାହିଁ ସୁନାବେଶ ଦର୍ଶନ ସମୟ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ଦେଇଥିଲେ । ଯେଉଁ ସମୟ ନିର୍ଦ୍ଦଣ୍ଟ ହୋଇଛି, ସେତିକି ସମୟରେ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ । ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ ।












Click it and Unblock the Notifications