ଧବଳମୁଖି ବେଶରେ ଦର୍ଶନ ଦେଲେ ସମ୍ବଲପୁରର ଅଧଷ୍ଠାତ୍ରୀ ଇଷ୍ଟଦେବୀ ମା' ସମଲେଶ୍ବରୀ
ଧବଳମୁଖି ବେଶରେ ଦର୍ଶନ ଦେଲେ ସମ୍ବଲପୁରର ଅଧଷ୍ଠାତ୍ରୀ ଇଷ୍ଟଦେବୀ ମା ସମଲେଶ୍ବରୀ । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା' ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲି କୁହାଯାଇଥାଏ ।
ପଶ୍ଚିମ ଓଡିଶାର ଇଷ୍ଟଦେବୀ ଶକ୍ତି ସ୍ବରୁପା ମାଁ ସମଲେଶ୍ବରୀ ବର୍ଷ ତମାମ ସିନ୍ଦୁରବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ପବିତ୍ର ମହାଳୟା ଦିନ ମା'ଙ୍କର କରାଯାଇଥାଏ ଧବଳମୁଖି ବେଶ । ବର୍ଷକରେ କେବଳ ଗୋଟିଏ ଦିନ ହିଁ ମା ସମଲେଶ୍ବରୀ ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା ସମଲେଶ୍ବରୀଙ୍କ ଏହି ଧବଳମୁଖି ବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଧାଇଁ ଆସିଥିଲେ ହଜାର ହଜାର ଶ୍ରଦ୍ଧାଳୁ।
ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା'ଙ୍କୁ ଦର୍ଶନ କରିପାରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ବର୍ଷ ତମାମ ମା' ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ।

ଆଜି ସକାଳ ୪ ଟାରୁ ମନ୍ଦିର ଖୋଲାଯାଇଥିଲା । ମନ୍ଦିର ଖୋଲିବା ପରେ ୪.୩୦ ମଧ୍ୟରେ ମାଙ୍କ ହେବ ମଙ୍ଗଳ ଆଳତୀ ଓ ଆଳତୀ ପରେ ସକାଳ ୫ ଟାରୁ ମାଙ୍କ ଧବଳମୂଖି ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ।












Click it and Unblock the Notifications