ପବିତ୍ର ମହାଳୟା, ଧବଳମୁଖୀ ବେଶ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଶ୍ଵରୀ

ଆଜି ମହାଳୟା ଅମାବାସ୍ୟା । ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ବର୍ଷ ତମାମ ସିନ୍ଦୂର ବର୍ଣ୍ଣରେ ଦର୍ଶନ ଦେଉଥିବାବେଳେ କେବଳ ମହାଳୟାରେ ଶ୍ବେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି । ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା' ସରସ୍ବତୀଙ୍କ ବେଶ କୁହାଯାଏ । ବର୍ଷକରେ ଥରେ ମା' ଧବଳମୁଖୀ ବେଶରେ ଦର୍ଶନ ଦେଉଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି। ମାଆ ଏହି ରୂପରେ ଅଢ଼େଇ ଦିନ ଦର୍ଶନ ଦେବେ।

Maa Samaleswari

ପୂଜକ ମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମାଆଙ୍କର ଆଳତି ସହ ପୂଜା କରୁଛନ୍ତି । ସକାଳ ୫ଟାରେ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହୋଇଛି। ଦିନ ୧୧ଟା ୪୫ରୁ ୧୨ଟା ୩୦ ଯାଏ ମଧ୍ୟରେ ଅନ୍ନ ଭୋଗ ଲାଗି ପାଇଁ ଦର୍ଶନ ବନ୍ଦ ରହିବ। ପୁଣି ସନ୍ଧ୍ୟା ୭ଟା ୪୫ରୁ ୮ଟା ୩୦ ଯାଏ ସନ୍ଧ୍ୟା ଆଳତି ପାଇଁ ଦର୍ଶନ ବନ୍ଦ ହେବ । ପରେ ରାତି ୧୦ଟା ୩୦ ଯାଏ ଦର୍ଶନ ଚାଲିବ। .

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+