ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଭକ୍ତଙ୍କ ପ୍ରବଳ ଭିଡ
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପୁଣି ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ସହର ରାଜରାସ୍ତା।
ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ଶହ ଶହ ପଶୁ ବଳି ଦେଇଛନ୍ତି। ଭବାନୀପାଟଣାର ନାଗ

ଭୋର ୪ଟା ପରେ ମା'ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଛି। ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମା'ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଉଛନ୍ତି।
ମା'ଙ୍କ ଛତର ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୁଲିସ ଫୋର୍ସ।












Click it and Unblock the Notifications