ଆଜି ଶକ୍ତିପୀଠରେ ଅଷ୍ଟମୀ, ମଣ୍ତପରେ ସପ୍ତମୀ ପୂଜା
Maa Durga Puja Rituals: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉ ଥିବା ବେଳେ ମଣ୍ତପରେ ଆଜି ହେଉଛି ସପ୍ତମୀ ପୂଜା । ଆଜି ମା'ଙ୍କୁ ଚକ୍ଷୁ ଦାନ ପରେ ଆରମ୍ଭ ହେବ ପୂଜାର୍ଚ୍ଚନା । ସପ୍ତମୀରେ ନଦୀରୁ ଜଳ ଆଣି ମଣ୍ତପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ପରେ ମନ୍ତ୍ରପାଠ ପରେ ପ୍ରାଣ ପ୍ରତିଷ୍ଠା କରାଯିବ ।

ସୂଚନା ଅନୁସାରେ, ଆଜି ଭୋରୁ ନଦୀରୁ ପରିତ୍ର ଜଳ ଅଣଯାଇ ମଣ୍ତପରେ ନବପତ୍ରିକା ପ୍ରବେଷ ଓ ମାଆଙ୍କ ଚକ୍ଷୁଦାନ କରାଯିବା ପରେ ସପ୍ତମୀର ବିହିତ ପୂଜାର୍ଚ୍ଚନା କରାଯିବ । ସେହିପରି ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ସେହିପରି ନବମୀରୁ ସନ୍ଧିପୂଜା ସହ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ ଏବଂ ଶୁକ୍ରବାର ଦଶମୀ ପୂଜାର୍ଚ୍ଚନା କାରାଯିବାର ପରମ୍ପରା ରହିଛି ।
ତେବେ ପୂଜା ପାଇଁ ସଜେଇ ହୋଇଛି ଟ୍ୱିନ୍ ସିଟି । ବଡ଼ ବଡ଼ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସେଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଏବଂ କଟକ । ସେହିପରି ନବରାତ୍ରୀକୁ ଦୃଷ୍ଚିରେ ରଖି ଦାଣ୍ତିଆ ନାଇଟ୍ସର ଆୟୋଜନ ମଧ୍ୟ କରାଯାଇଛି ।












Click it and Unblock the Notifications