ଜମୁଛି ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା
ବ୍ରହ୍ମପୁର: ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଗତ ମଙ୍ଗଳବାର ରାତିରେ ବାପାଙ୍କ ଘରକୁ ଆସିଛନ୍ତି ମା' । ଦେଶୀ ବେହେରା ସାହିରେ ଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମାଆ ।
ଅସ୍ଥାୟୀ ମଣ୍ଡପରେ ସ୍ବତନ୍ତ୍ର ବିଧିରେ ଚାଲିଛି ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା । ଶଙ୍ଖ, ଚାଙ୍ଗୁ, ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ଗତକାଲି ରାତିରେ ଚଣ୍ଡିପାଠ, ଦିଗବନ୍ଦନ, ଆଳତି, ମନ୍ତ୍ରଣା ପରେ ହୋଇଥିଲା ଆଜ୍ଞାମାଳ ବିଜେ । ଅସ୍ଥାୟୀ ପୀଠରେ ମା'ଙ୍କ ଆଜ୍ଞାମାଳ ସ୍ଥାପନ ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ।

ମାଆଙ୍କ ବାପଘର ଦେଶିବେହେରାଙ୍କ ସାହିରେ ରୀତିନୀତି ଅନୁଯାଇ ପରମ୍ପରା ପାଳନ କରାଯାଉଛି । ପଟୁଆରରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ । ଦେଶିବେହେରାଙ୍କ ହସ୍ତରେ ଆଜ୍ଞାମାଳ ପଡ଼ିବା ପରେ ମାଆ ବାପଘରକୁ ଯିବା ପାଇଁ ଅନୁମତି ଦେଲେ ବୋଲି ନିଶ୍ଚୟ କରାଯାଇଥିଲା ।
ସେପଟେ କୋଟ୍ଟପାଡରେ ଏବେ ଜମୁଛି ଶୀତଳା ଠାକୁରାଣୀଙ୍କ ଘଟଯାତ୍ରା । ୧୧ଦିନ ଧରି ଚାଲିଥିବା ଏହି ଯାତ୍ରା ଆଜି ରାତିରେ ଉଦଯାପିତ ହେଉଛି । କରୋନା ଯୋଗୁଁ ୬ ବର୍ଷ ପରେ ଘଟଯାତ୍ରା ହେଉଛି । ସୀମାନ୍ତ ଅଂଚଳରେ ହେଉଥିବାରୁ ପଡୋଶୀ ରାଜ୍ୟର ଲୋକଙ୍କ ବି ଏଠାରେ ଭିଡ ଲାଗିରହିଥାଏ । ପ୍ରତି ୩ ବର୍ଷରେ ଥିରେ ମାଙ୍କ ଏହି ପର୍ବ ପାଳନ ହୋଇଥାଏ । କରୋନା ପାଇଁ ଏହି ଘଟ ଯାତ୍ରା ବନ୍ଦ ଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications