କଡ଼ା ସୁରକ୍ଷାରେ ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି

ଖୋଲିଲା ମା' ମଝିଘରିଆଣୀଙ୍କ ହୁଣ୍ଡି । ୬ ମାସ ପରେ ଖୋଲିଛି ମନ୍ଦିରର ୯ଟି ଦାନ ହୁଣ୍ଡି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି ।

Ma Majhighariani s

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି ଖୋଲିଛି । ୬ ମାସ ପରେ ସୋମବାର ( ଜାନୁଆରୀ ୨୭) ଦିନ ଖୋଲିଛି ମନ୍ଦିରର ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡିରୁ ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇଛି । ଯାହା ରାତି ୯ଟା ଯାଏଁ ଚାଲିବ । ଗଣତି କାମରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।

ତେବେ ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୂପା ୨ କେଜି ୩୯୨ ଗ୍ରାମ ସହ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ଶେଷରେ ଦାନ ହୁଣ୍ଡିରୁ ବାହାରିଥିବା ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଡିପୋଜିଟ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+