ଚନ୍ଦ୍ରଗ୍ରହଣ: ଦୁଇ ଘଣ୍ଟା ଦେଖାଗଲା ମହାଜାଗତିକ ଦୃଶ୍ୟ, ଓଡ଼ିଶା ଦେଖିଲା ଆଂଶିକ ଚନ୍ଦ୍ରଗ୍ରହଣ
ଶେଷ ହେଲା ଚଲିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ବିଶ୍ୱ ବିଭିନ୍ନ ଦେଶରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପରେ ଦେଶର ଅନ୍ୟ ସ୍ଥାନରେ ଦେଖାଯାଇଥିଲା ଏହି ମହାଜାଗତିକ ଦୃଶ୍ୟ ।
ଭୁବନେଶ୍ୱର: ଶେଷ ହେଲା ଚଲିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ବିଶ୍ୱ ବିଭିନ୍ନ ଦେଶରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପରେ ଦେଶର ଅନ୍ୟ ସ୍ଥାନରେ ଦେଖାଯାଇଥିଲା ଏହି ମହାଜାଗତିକ ଦୃଶ୍ୟ । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିତରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଥିଲା ।

ସେପଟେ ଓଡ଼ିଶା ଦେଖିଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୁବନେଶ୍ୱର, ପୁରୀ, ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ସନ୍ଧ୍ୟା ପ୍ରାୟ ୫ଟା ୫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ମୟୂରଭଞ୍ଜରେ ପ୍ରଥମେ ଦୃଶ୍ୟମାନ ହେବା ପରେ ଧିରେ ଧିରେ ଚନ୍ଦ୍ରଗ୍ରହଣ ରାଜ୍ୟର ଅନ୍ୟ ସ୍ଥାନରେ ଦୃଶ୍ୟମାନ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ୧୯ ପରେ ଚନ୍ଦ୍ରଗ୍ରହଣ ଧିରେ ଧିରେ ଅପସରି ଯାଇଥିଲା । ଆଉ ଆକାଶରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ପୂର୍ଣ୍ଣିମାର ଚନ୍ଦ୍ର ।
ସେହିପରି ଆନ୍ଧ୍ରପ୍ରଦେଶରେ ୫ଟା ୩୨ ମିନିଟ, ବିହାରରେ ୫ଟା ୧ ମିନିଟ, ହିମାଚଳ ପ୍ରଦେଶରେ ୫ଟା ୨୪ ମିନିଟ କେରଳରେ ୫ଟା ୫୬ ମିନିଟରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା । ଦୂରବିକ୍ଷଣ ଯନ୍ତ୍ର ସହାୟତାରେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି ।
ତେବେ ପୁଣି 2023ରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ । ସେହିପରି 2025 ସେପ୍ଟେମ୍ବର 7 ତାରିଖରେ ପଡୁଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।












Click it and Unblock the Notifications