ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ , ଏହି ସମୟରୁ ପାକ ତ୍ୟାଗ

ଆସନ୍ତା ୭ ତାରିଖରେ ଚଳିତ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତ ସମେତ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦେଖାଯିବ। ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍‌ ମୁନ୍‌ ବୋଲି କୁହାଯିବ। ଅନେକ ବର୍ଷର ବ୍ୟବଧାନରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖାଯାଏ। ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ। ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।

shreemandir

ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୭ ତାରିଖ ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ। ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ।

କୌଣସି ଦେବ ନୀତି କରାଯିବ ନାହିଁ। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ରେ ହେବାକୁ ଥିବା ବେଳେ ସର୍ବମୋକ୍ଷ ରାତି ୧ଟା ୨୭ଟାରେ ହେବ। ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହିପରି ୨ଟା ୪୦ରେ ମଙ୍ଗଳ ଆରତୀ ହେବ। ଆସନ୍ତା ୧୫ ତାରିଖ ଠାରୁ ନାଟମଣ୍ଡପ ଠାରୁ ଧାଡ଼ି ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଛି। ଗ୍ରହଣ ନୀତି ଅନୁଯାୟୀ, ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ କରାଯିବ ଏବଂ ଦେବ ନୀତି ନିଷେଧ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+