ଚିନ୍ତା ବଢାଇଲାଣି ଚର୍ମବିଣ୍ଡି ରୋଗ: ମନ୍ତ୍ରୀଙ୍କ କହିଲେ ଟିକାକରଣ ଏକମାତ୍ର ଉପାୟ
: ଚିନ୍ତା ବଢାଇଲାଣି ଚର୍ମବିଣ୍ଡି ରୋଗ ବା ଲମ୍ପି ସ୍କିନ୍ ଭାଇରସ୍ । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଗାଈ ଗୋରୁଙ୍କୁ ମାଡି ଚାଲିଛି ଏହି ଡିଆଁ ରୋଗ । ଫଳରେ ୧୪ଟି ଜିଲ୍ଲାକୁ ଆଲର୍ଟ କରିଛି ପ୍ରାଣୀ ସମ୍ପଦ ବିଭାଗ ।
ଭୁବନେଶ୍ୱର: ଚିନ୍ତା ବଢାଇଲାଣି ଚର୍ମବିଣ୍ଡି ରୋଗ ବା ଲମ୍ପି ସ୍କିନ୍ ଭାଇରସ୍ । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଗାଈ ଗୋରୁଙ୍କୁ ମାଡି ଚାଲିଛି ଏହି ଡିଆଁ ରୋଗ । ଫଳରେ ୧୪ଟି ଜିଲ୍ଲାକୁ ଆଲର୍ଟ କରିଛି ପ୍ରାଣୀ ସମ୍ପଦ ବିଭାଗ ।
ତେବେ ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷପ ଗ୍ରହଣ କରା ଯାଉଛି । ରାଜ୍ୟର ୫୪୧ ପ୍ରାଣୀ ଚିକିତ୍ସାଳୟ ,୩୨୩୯ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ର ଓ ୩୧୪ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ମାଧ୍ୟମରେ ଆକ୍ରାନ୍ତ ଗାଈ ଗୋରୁଙ୍କ ଚିକିତ୍ସା କରାଯାଉଛି । ଚିକିତ୍ସା ପରେ ଗାଈଗୋରୁ ସୁସ୍ଥ ରହୁଛନ୍ତି । ପ୍ରତିରୋଧକ ବ୍ୟବସ୍ଥା ସ୍ୱରୂପ 'Goat Pox Vaccine' ମାଧ୍ୟମରେ ଗାଈଗୋରୁଙ୍କ ଟିକାକରଣ କରାଯାଉଛି ।

ତେବେ ଏବେ ଗଜପତିରେ ଏହି ରୋଗ କାୟା ବାସ୍ତାରେ କରିବାରେ ଲାଗିଛି । ଜିଲ୍ଲାରେ ୮୦ରୁ ଅଧିକ ଗାଈ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଳରେ ଭୟଭୀତ ହୋଇପଡିଛନ୍ତି ଗୋପାଳକ । ସୀମା ରାଜ୍ୟ ଆନ୍ଧ୍ରର ଶୀକାକୁଲମ୍ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହେବା ପରେ ଏବେ ରାଜ୍ୟ ଭିତରକୁ ମାଡି ଆସିଛି ଏହି ଭୂତାଣୁ ।












Click it and Unblock the Notifications