ମିସ କଲ ଦେଇ କରନ୍ତୁ ଗ୍ୟାସ ବୁକିଂ, ନୂଆ ବର୍ଷରୁ ଏମିତି ଯୋଜନା
୮୪୫୪-୯୫-୫୫୫୫ ନମ୍ବରରେ ମିସ କଲ କଲେ ବୁକ ହୋଇଯିବ ଆପଣଙ୍କ ଏଲପିଜି ଗ୍ୟାସ । ଓଡିଶାରୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବର: ରନ୍ଧନ ଗ୍ୟାସ ସରିଯାଇଛି ? ଆଉ ବୁକିଂ ପାଇଁ ବ୍ୟସ୍ତ ହେଉଛନ୍ତି ? ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବନି । କାରଣ ଏଥର ଗୋଟିଏ ମିସ କଲ ଦେଲେ ହୋଇଯିବ ଗ୍ୟାସ ବୁକିଂ । ୮୪୫୪-୯୫-୫୫୫୫ ନମ୍ବରରେ ମିସ କଲ କଲେ ବୁକ ହୋଇଯିବ ଆପଣଙ୍କ ଏଲପିଜି ଗ୍ୟାସ । ଓଡିଶାରୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ, ମିସ କଲ ମାଧ୍ୟମରେ ହେବ ସବୁ ସେବାର ଉପଲବ୍ଧ । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଭୁବନେଶ୍ୱର ସମେତ ଦେଶର ଆଉ ଅଧିକ ୭ଟି ସହରରେ ଅଧିକ ଗୁଣାବତ୍ତା ଯୁକ୍ତ XP-100 ଇନ୍ଧନ ଶୁକ୍ରବାର ଠାରୁ ଉପଲବ୍ଧ ହୋଇଛି । ଏହା ସହିତ ଦେଶର ବହୁ ପୁରାତନ ଆସାମର ଦିଗଵୋଇ ରିଫାଇନାରୀରୁ XP-100 ର ଦ୍ୱିତୀୟ ପର୍ଯ୍ୟାୟ ଫୁଏଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ 6 ବର୍ଷରେ ଓଡ଼ିଶାରେ ଏଲପିଜି କନେକ୍ସନ 22 ପ୍ରତିଶତରୁ ବଢି ଏବେ 80 ପ୍ରତିଶତ ପହଞ୍ଚିଛି । ଏଥିରୁ ଅଧିକ ମହିଳାମାନେ ଲାଭବାନ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।












Click it and Unblock the Notifications