ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର; ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର ଟେକାପଥର ମାଡ଼ । ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ। ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା। ଚେୟାର ଫିଙ୍ଗିଲେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ। ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ ।

ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫ କଲା ପୋଲିସ । ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କ ସହ ପିସିସି ସଭାପତି ଭକ୍ତ ଦାସ, ମହମ୍ମଦ ମୋକିମ୍ ଗିରଫ

କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ୍‌ ପକ୍ଷରୁ ଲୋୟର ପିଏମ୍‌ଜିରେ ବ୍ୟାପକ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି ବ୍ୟାରିକେଡ୍‌କୁ ମଧ୍ୟ ଭାଙ୍ଗିଥିଲେ କଂଗ୍ରେସ କର୍ମୀ । ସେମାନଙ୍କୁ ଅଟକାଇବାକୁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଛି । ତେବେ ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା

Congress worker throws stones at police

ଲୋୟର ପିଏମଜିରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ । ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କଲା ପୋଲିସ । ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କୁ ପଥରମାଡ଼ । ଚେୟାର ସହ ବୋତଲ ଫିଙ୍ଗିଲେ କର୍ମୀ । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରୁଛି ପୋଲିସ । ପୋଲିସ୍‌ଙ୍କ ଉପରକୁ କର୍ମୀ ଫିଙ୍ଗିଲେ ଢ଼େଲା ଏବଂ ଚେୟାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+