ପ୍ରଦୂଷଣମୁକ୍ତ ପୃଥିବୀ ନିର୍ମାଣରେ ବୈଦ୍ୟୁତିକ ଯାନର ଭୂମିକା ଗୁରୁତ୍ଵୁପୂର୍ଣ୍ଣ: କମ ସୁଧରେ ମିଳିବ ଋଣ ଓ ରିହାତି

ଭୁବନେଶ୍ଵର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ଓ ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୈଦ୍ୟୁତିକ ଯାନ-ଇଭି ପ୍ରଦର୍ଶନ ତଥା କର୍ମଶାଳା ଆୟୋଜିତ ହୋଇଯାଇଛି ଏଥିରେ ବିଭିନ୍ନ ମଡେଲର ଇଭି କାର୍, ଅଟୋ, ବାଇକ୍, ସ୍କୁଟି ଓ ସାଇକେଲ ପ୍ରଦର୍ଶିତ ହୋଇଥିଲା। ଇଭି ବ୍ୟବହାର ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା।

ବୈଦ୍ୟୁତିକ ଯାନ ସମ୍ପର୍କରେ ଲୋକଙ୍କ ମନରେ ଥିବା ଭୁଲ ଧାରଣାକୁ ଏହି ପ୍ରଦର୍ଶନୀରେ ଦୂର କରାଯାଇଥିଲା। ବୈଦ୍ୟୁତିକ ଯାନ ଚାର୍ଜ ହେବା ପାଇଁ ଦୀର୍ଘ ସମୟ ଲାଗେନାହିଁ। ଏହା ବହୁତ ଦାମୀ ନୁହେଁ। ଏଥିରେ ଆବଶ୍ୟକ ଅନୁସାରେ ଦ୍ରୁତ ଗତିରେ ଚଲାଇ ହେବ। ବାରମ୍ବାର ବ୍ୟାଟେରି ବଦଳାଇବାର ଆଦୌ ଆଶଙ୍କା ନାହିଁ। ଏହା ସହିତ ବହୁତ ଇଭି ଚାର୍ଜିଂ ଷ୍ଟେସନ ଖୋଲିବାରେ ଲାଗିଲାଣି ।

 Electric vehicles

ସମଗ୍ର ବିଶ୍ଵରେ ପ୍ରଦୂଷଣକୁ କମାଇବା ଏବଂ ବିଦ୍ୟୁତ୍ ସଂଚୟ ପାଇଁ ଉଦ୍ୟମ ଚାଲିଛି। ସେହି କ୍ରମରେ ଓଡ଼ିଶା ସରକାର ମଧ୍ୟ ନିଜସ୍ଵ ଇଭି-ନୀତି ପ୍ରସ୍ତୁତ କରିବା ସହ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା କିଣିବା ପାଇଁ ସୁଧ ହାରରେ ରିହାତି ସହ ୫ ହଜାରରୁ ୪ଲକ୍ଷ ଟଙ୍କା ଯାଏ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ରିହାତି ରାଶି ପାଇବା ପାଇଁ ସ୍ଵତନ୍ତ୍ର ପୋର୍ଟାଲ ମଧ୍ୟ ରହିଛି http://odishatransport.gov.in ରେ ରିହାତି ପାଇଁ ଆବେଦନ କରିହେବ।

ବୈଦ୍ୟୁତିକ ଯାନ ବ୍ୟବହାର ଦ୍ଵାରା ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇପାରିବ। ଶବ୍ଦ ବିହୀନ ଓ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଏଥିରେ ଡିଜେଲ କିମ୍ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନର ଆବଶ୍ୟକତା ନାହିଁ। ଏହାକୁ ଚାର୍ଜ କରିବା ପାଇଁ ବିଦ୍ୟୁତ୍ ବିଲ୍ ବାବଦକୁ ବହୁତ କମ ଅର୍ଥ ଖର୍ଚ୍ଚ ହୋଇଥାଏ। ଘରେ ମଧ୍ୟ ଚାର୍ଜ କରିହେବାର ବ୍ୟବସ୍ଥା ରଖାଯାଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ଵଳ୍ପ ଅର୍ଥ ଖର୍ଚ୍ଚ ହୁଏ। ଏହାର ପଞ୍ଜୀକରଣ ନିଶୁଳ୍କ ହୋଇଥିବା ବେଳେ ରୋଡ୍ ଟାକ୍ସ ମଧ୍ୟ ଦେବାକୁ ପଡ଼େନାହିଁ।

ଏହି କର୍ମଶାଳା ତଥା ପ୍ରଦର୍ଶନୀକୁ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍) ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଉଦ୍ଘାଟନ କରିଥିଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ବିଭିନ୍ନ ନାମୀଦାମୀ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଯାନର ପ୍ରଦର୍ଶନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+