ତାତିରୁ ମିଳିବ ଆଶ୍ୱସ୍ତି: ୪୮ ଘଣ୍ଟାରେ ଲଘୁଚାପ
Odisha Weather: ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଦକ୍ଷିଣପୂର୍ବ ବଙ୍ଗୋସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଲଘୁଚାପ ସୃ୍ଷ୍ଟି ହେବ ।
ମଙ୍ଗଳବାର ଦିନ ଲଘୁଚାପ ପ୍ରଭାବରେ କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ, ଗଞ୍ଜାମ, ଅନୁଗୋଳ, ଦେଓଗଡ଼, କେନ୍ଦୁଝର, ଯାଜପୁର, ନୟାଗଡ଼, ନବରଙ୍ଗପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଆଜି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡ଼ି ସାଙ୍ଗକୁ ପବନ ବହିବା ନେଇ ସୂଚନା ରହିଛି । ସେହିପରି ବୁଧବାର ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ପବନ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଗୁରୁବାର ଦିନ ପାଗ କୋହଲିଆ ରହିବ । ମାଲକାନଗିରି, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications