ଅବପାତରେ ପରିଣତ ହେଲା ଲଘୁଚାପ; ୭ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି
ଅବପାତରେ ପରିଣତ ହେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇଛି ।
ଆଜି ସକାଳେ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୭ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗିର ଓ ରାୟଗଡ଼ା ।

ଅନ୍ୟପଟେ ରାଜ୍ୟର ଅନ୍ୟ ସ୍ଥାନରେ ଧୀରେ ଧୀରେ ବର୍ଷାର ପ୍ରଭାବ ହ୍ରାସ ପାଇବା ସମ୍ଭାବନା ରହିଛି। ପୁଣି ୨୩, ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯବିକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।












Click it and Unblock the Notifications