ଲଘୁଚାପ ପ୍ରଭାବରେ ବର୍ଷା ଜାରି, ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ବର୍ଷା ଜାରି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରିବ । ୯ତାରିଖରେ ଘନୀଭୂତ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତର ଓଡ଼ିଶାରେ ଅବପାତରେ ପରିଣତ ହେବ । ପରେ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ୧୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ବଢ଼ିବ ବର୍ଷା ପରିମାଣ । ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ । ୯ ତାରିଖରୁ ପ୍ରବଳ ବର୍ଷା ସହ ପବନର ବେଗ ବଢିବ । କାଲିଠୁ ୧୦ ତାରିଖ ଯାଏ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି ।

Low pressure rains continue

ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ।

ଦୁଇ ଜିଲ୍ଲାର କିଛି ସ୍ଥାନରେ ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୮ ତାରିଖରେ କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ ,ସୋନପୁର, ବୌଦ୍ଧ, ବରଗଡ, ଝାରସୁଗୁଡା, ଦେବଗଡ, ଯାଜପୁର, ମାଲକାନଗିରି, ନବରଙ୍ଗପୁର,ରାୟଗଡା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୯ ତାରିଖରେ ବି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ ଓ ଝାରସୁଗୁଡାରେ ୭୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୦ ତାରିଖରେ ମୟୂରଭଂଜ, କେନ୍ଦୁଝର, ଝାରସୁଗୁଡା, ବାଲେଶ୍ବର, ଭଦ୍ରକ, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ୭୦ ରୁ ୧୧୦ ମିମି ବର୍ଷିପାରେ। ଶୁକ୍ରବାର ପୁରୀ ଓ ମାଲକାନଗିରିରେ ସର୍ବାଧିକ ୩୮ ମିମି ବର୍ଷା ହୋଇଛି। ଦାରିଙ୍ଗିବାଡିରେ ୧୧ ଓ କଟକରେ ୧୦ ମିମି ବର୍ଷା ରେକର୍ଡ଼ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+