ଆସୁଛି ଲଘୁଚାପ ! ଓଡ଼ିଶା ଉପରେ ପଡିବ କି ପ୍ରଭାବ
ଭୁବନେଶ୍ୱର:ଦକ୍ଷିଣ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ମେ'୫ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇପାରେ । ଏହି ଅବପାତଟି ବତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ରହିନାହିଁ । ତେବେ ଲଘୁଚାପ ସୃଷ୍ଟି ହେଲା ପରେ ଏହାର ଗତିବିଧି ସ୍ପଷ୍ଟ ହେବ ।
ବର୍ତ୍ତମାନ ଆକଳନ ଅନୁସାରେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ଦକ୍ଷିଣ ବଙ୍ଗୋରସାଗର ତଥା ନିରଟବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଗତିବିଧି ସ୍ପଷ୍ଟ ହେବ ।

ବର୍ତ୍ତମାନ କେବଳ ମତ୍ସଜୀବୀଙ୍କୁ ଦକ୍ଷିଣ ବଙ୍ଗୋପସାଗରକୁ ଯିବା ପାଇଁ ବାରଣ କରାଯାଇଛି । ସେହିପରି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।












Click it and Unblock the Notifications