ଲଘୁଚାପ: ଆସନ୍ତା ୧୦ ରୁ ୧୭ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା

ରାଜ୍ୟରେ ତାତି ଯୋଗୁଁ ଲୋକମାନେ ଡହଳବିକଳ । ଏହାରି ଭିତରେ ଖୁସି କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।

ଲଘୁଚାପର ପ୍ରଭାବରେ ଆସନ୍ତା ୧୦ ରୁ ୧୭ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି।

Low pressure Light rain in some parts of the state from the 10th to the 17th

ସେ କହିଛନ୍ତି ଯେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ ରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ସିଧା ପ୍ରଭାବ ଓଡି଼ଶା ଉପରେ ପଡିବ ନାହିଁ। କିନ୍ତୁ ଏହା ଦ୍ବାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ରହିଛି। ୧୦ ତାରିଖରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବ। ୧୩ ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ , ସଂଲଗ୍ନ ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୧୬ ଓ ୧୭ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ମୟୂରଭଂଜ ଓ ଦକ୍ଷିଣ ଆଭ୍ୟନ୍ତରୀଣରେ କାଁ ଭାଁ ବର୍ଷା ହୋଇପାରେ।

ଅନେକ ସ୍ଥାନରେ ଆଜି ଓ ଆସନ୍ତାକାଲି ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲସିୟସ୍ ବଢିବ। ବଲାଙ୍ଗୀର, କଳାହାଣ୍ତି.,ସୋନପୁର ଓ ସୁନ୍ଦରଗଡରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ପଣା ସଂକ୍ରାନ୍ତି ଠାରୁ ରାଜ୍ୟରେ ତାପମାତ୍ରା କମିପାରେ। ୧୩ ଓ ୧୪ ତାରିଖରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ କୂଆପଥର ବର୍ଷା ହୋଇପାରେ। ଗତକାଲି ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ଼ ହୋଇଥିଲା।

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ବଜ୍ରପାତ ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ପବନ ବହିବ। ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+