ବଙ୍ଗୋପସାଗରରେ ଲଘୁଚାପ: ଏପଟେ ୨୯ରେ ଆସୁଛି ବାତ୍ୟା!
ଆରବ ସାଗରରେ ଲଘୁଚାପ । ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ । ଲଘୁଚାପ ସୃଷ୍ଟି ହେବା ପରେ ଏବେ ଠାରୁ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ପଶ୍ଚିମ ଭାରତରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।
ସେହିପରି ବଙ୍ଗୋପସାଗରରେ ଆଗାମୀ ଦିନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ମେ ୨୭ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସହ ଲଘୁଚାପରେ ପରିଣତ ହେବ। ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିପାରେ।

ପାଣିପାଗ ବିଭାଗ ଅନୁସାରେ, ଏହି ଲଘୁଚାପ ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ, ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ। ଏହାର ପ୍ରଭାବରେ ତାମିଲନାଡୁ, ଶ୍ରୀଲଙ୍କା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତଥାପି, ରାଜ୍ୟର କେତେକ ଜିଲାରେ ୨୭ ଓ ୨୮ରେ ବର୍ଷା ହୋଇପାରେ।
ସେପଟେ ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିପାରେ । ମେ' ୨୯ ତାରିଖରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି । ମୌସୁମୀ ଆସିବା ସମୟରେ ଲଘୁଚାପ ସୃଷ୍ଟି ହେବା ଏକ ସାଭାବିକ ପ୍ରକ୍ରିୟା। ତେବେ ଏହା ଆଗକୁ କେତେ ଶକ୍ତିଶାଳୀ ହେବ କିମ୍ବା ଘନୀଭୂତ ହେବ ତାହା ଆକଳନ କରିବା ସହଜ ନୁହେଁ।












Click it and Unblock the Notifications