ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩୦ ଯାଏ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ଗତକାଲି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ଗତକାଲି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ବହୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଶେଷ କରି ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି #ଉତ୍ତର #ବଙ୍ଗୋପସାଗର ଏବଂ ତାର ଆଖପାଖ ଅଂଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି |#Monsoon #Monsoon2021 pic.twitter.com/nXnRZEeiWV
— Meteorological Centre, Bhubaneswar (@mcbbsr) July 27, 2021
ସେପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଜନଜୀବନ ପ୍ରଭାବିତ ହୋଇଛି। ଆଜି(ମଙ୍ଗଳବାର) ସକାଳୁ ଜାତୀୟ ରାଜଧାନୀ ସହରରେ ବର୍ଷା ଲାଗି ରହିଛି। ଭୋରରୁ ଦିଲ୍ଲୀର କନ୍ନଟ ପ୍ୟାଲେସ, ଧୌଲା କୁଆଁ, କୌଟିଲ୍ୟ ମାର୍ଗରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ଉଲାନ ବଟର ମାର୍ଗରେ ବସ୍ ଭିତରେ ପଶିଗଲା ବର୍ଷା ପାଣି। ସେହିପରି ମଥୁରା ରୋଡ୍ରେ ପାଣି ଜମି ରହିଛି।












Click it and Unblock the Notifications