ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, 28 ପରେ ହୋଇପାରେ ବର୍ଷା

ଗତ କିଛି ଦିନ ହେବ ଜଳୁଛି ପଶ୍ଚିମ ଓଡ଼ିଶା । ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ଆଶ୍ବସ୍ତିକର ଖବର ମିଳିଛି ।

ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଆସନ୍ତା 28 ଏବଂ 29 ତାରିଖ ବେଳକୁ ଏହା ଘନିଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ମୌସୁମୀ କେରଳ ଛୁଇଁଥିବା ବେଳେ ଆସନ୍ତା 22ରୁ 28 ତାରିଖ ମଧ୍ୟରେ କେରଳ ଛୁଇଁପାରେ ବୋଲି ଆକଳନ କରାଯାଇଛି । ତେବେ ଆଜିଠୁ 28 ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି ।

Low pressure area may form in North Bay of Bengal rains may occur after 28th

କାଳବୈଶାଖୀର ସମ୍ଭାବନା ରହିଥିଲେ ହେଁ ଗରମ ଗୁଳୁଗୁଳି ଜାରି ରହିବା ନେଇ କୁହାଯାଇଛି । ବୌଦ୍ଧ, ବରଗଡ଼, ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ନୂଆପଡା ଏବଂ ସମ୍ବଲପୁରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+