Get Updates
Get notified of breaking news, exclusive insights, and must-see stories!

ପୁଣି ବଙ୍ଗୋପସାଗରରେ ଲଘୁଚାପ; ୨୧ ତାରିଖ ବେଳକୁ ଲୋପ୍ରେସର ଓ ୨୩ରେ ନେବ ଅବପାତର ରୂପ

ପୁଣି ବଙ୍ଗୋପସାଗରରେ ଲଘୁଚାପ । ୨୧ ତାରିଖ ବେଳକୁ ଲୋପ୍ରେସର ଓ ୨୩ରେ ନେବ ଅବପାତର ରୂପ । ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ବଳ ଗୋଟାଇବ । ଏହା ପରେ ଡିପ୍ରେସନରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମୁହାଁ ହେବ ।

ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆକଳନ କରିହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ଯୁଞ୍ଜୟ ମହାପାତ୍ର । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟରୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଅକ୍ଟୋବର ମାସ ଆସିଲେ ବାତ୍ଯା ନେଇ ଓଡ଼ିଶାବାସୀଙ୍କୁ ଭୟଭୀତ କରିଥାଏ । କିନ୍ତୁ ଆଇଏମଡି ଡିଜିଙ୍କ ସୂଚନା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

odisha weather
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+