ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ୍‌ କରି ଏହି ସୂଚନା ଦେଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷ କରି ପୂର୍ବ ଓ ପଶ୍ଚିମ ଓ ଏବଂ ଦକ୍ଷିଣ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ୧୫ ଜିଲାରେ ଘଡଘଡି ସହ ବର୍ଷା ହେବ। ଏନେଇ ଏହି ଜିଲାଗୁଡିକୁ ୟେଲୋ ୱାନିଂ ଜାରି କରାଯାଇଛି।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା ମୌସୁମୀ ଫେରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାବେଳେ ଏଥିରେ ୬ଦିନ ବିଳମ୍ବ ହୋଇଛି। ତେବେ ବିଦାୟୀ ମୌସୁମୀ ରେଖା ଅନୁପଗଡ଼, ବିକାନେର୍‌, ଯୋଧପୁର, ଭୁଜ, ଦ୍ୱାରକା ଦେଇ ଗତି କରୁଛି।

Low pressure
ସେପଟେ ଆଗାମୀ ୩ ଘଣ୍ଟା ପାଇଁ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ଯାଜପୁର, ବାଲେଶ୍ବର, ଖୋର୍ଦ୍ଧା, ଭୁବନେଶ୍ବର, କନ୍ଧମାଳ, ରାୟଗଡା, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଓ ମୟୂରଭଞ୍ଜକୁ ଆଗାମୀ ତିନି ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+