ବାତ୍ୟା ପରେ ଆସୁଛି ଲଘୁଚାପ: ବଙ୍ଗୋପସାଗରରେ ବଡ଼ ହଲଚଲ

ପାଣିପାଗକୁ ନେଇ ନୂଆ ଅପଡେଟ୍‌ । ଆସୁଛି ଆଉ ଏକ ଲଘୁଚାପ । ଚାଲିଯାଇଛି ବାତ୍ୟା ମୋନ୍ଥା । କିନ୍ତୁ ଏବେ ପାଣିପାଗକୁ ନେଇ ପୁଣି ବଡ଼ ଖବର ମିଳିଛି । ଆସୁଛି ଆଉ ଏକ ଲଘୁଚାପ । ବାତ୍ୟା ମୋନ୍ଥା ପରେ ଏବେ ପୁଣି ଚିନ୍ତା ବଢାଇଲାଣି ଆଉ ଏକ ଲଘୁଚାପ ।

ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଏହି ଲଘୁଚାପ । ଏବେ ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତାକାଲି ତାହା ଲଘୁଚାପରେ ପରିଣତ ହୋଇପାରେ । ଆଣ୍ଡାମାନ ସାଗରକୁ ଆସି ଲଘୁଚାପର ରୂପ ନେବ ଏହି ଘୂର୍ଣ୍ଣିବଳୟ ।

Low pressure area coming after the cyclone

ବଡ଼ କଥା ହେଉଛି ଲଘୁଚାପରେ ପରିଣତ ହେବା ପରେ ପରବର୍ତ୍ତୀ ୨-୩ ଦିନରେ ପୂର୍ବ ବଙ୍ଗୋପସାଗରକୁ ଗତି କରିବାର ସମ୍ଭାବନା ରହିଛି । ଫଳରେ ଏହା ଓଡ଼ିଶା ମୁହାଁ ହୋଇପାରେ । ତେବେ ଓଡ଼ିଶା ପ୍ରତି କେତେ ବିପଦ ରହିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବ ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+