ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର; ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ସମ୍ଭାବନା
ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର । କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହେଲା । ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ ଲଘୁଚାପ କ୍ଷେତ୍ର । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ସମ୍ଭାବନା ।

ଏହାର ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ୍ର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି। ଗତ ୨୮ ତାରିଖରେ ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ୧୨ଟି ଗେଟ୍ ବନ୍ଦ କରାଯାଇଥିଲା।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ୍ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି । ଏହି-ସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ଘରୁ ନ ବାହାରିବାକୁ ଏସଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକମାନଙ୍କୁ ପକ୍କା ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ଏହିସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି, ନବରଙ୍ଗପୁର, ରାୟଗଡା, ଗଂଜାମକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏବଂ ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ନୂଆପଡା, ନୟାଗଡ , ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ୩୫ରୁ ୪୫ କିମି ବେଗରେ ପବନ ବହିବ । ପ୍ରଭାବରେ ସମୁଦ୍ର ଆଶାନ୍ତ ରହିବ । ଏନେଇ ଆଜି ଓ ଆସନ୍ତାକାଲି ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।












Click it and Unblock the Notifications