Get Updates
Get notified of breaking news, exclusive insights, and must-see stories!

ବଙ୍ଗୋପସାଗରରେ ପୁଣି ଲଘୁଚାପ; ଓଡ଼ିଶାରେ 2 ଦିନ କମିବ ଶୀତ

ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି । ଆଗାମୀ 2 ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ । ପରେ ତାପମାତ୍ରା 2-3 ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ପାଇବ । ତଥାପି ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । 3 ଜିଲ୍ଲାକୁ 2 ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ପ୍ରବଳ ଶୀତ ୱାର୍ଣ୍ଣିଂ:

ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ଆଗାମୀ 2 ଦିନ 3 ଜିଲ୍ଲାରେ ଥଣ୍ଡା ବଢ଼ିବା ସହ ପ୍ରବଳ ଶୀତ ପଢ଼ିବ । ଏଥିପାଇଁ କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 2 ଦିନ ପରେ ତାପତାତ୍ରା 2-3 ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Low pressure again in Bay of Bengal

ଆଜି କେଉଁଠି କେତେ ସର୍ବନିମ୍ନ ତାପମାତ୍ରା ରହିବ:

ଆଜି 3 ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ରହିବାକୁ ଥିବା ବେଳେ ଭବାନୀପାଟଣାରେ 11 ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ସେହିପରି 4 ଜିଲ୍ଲାରେ ତାପମାତ୍ରା 12 ଡିଗ୍ରୀ ରହିବ । ଟ୍ବିନ ସିଟିରେ ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ରହିବ ।

ଫୁଲବାଣୀ: 10 ଡିଗ୍ରୀ
ଝାରସୁଗୁଡ଼ା: 10 ଡିଗ୍ରୀ
ରାଉରକେଲା: 10 ଡିଗ୍ରୀ
ଭବାନୀପାଟଣା: 11 ଡିଗ୍ରୀ
ସୁନ୍ଦରଗଡ଼: 12 ଡିଗ୍ରୀ
ନବରଙ୍ଗପୁର: 12 ଡିଗ୍ରୀ
ଅନୁଗୋଳ: 12 ଡିଗ୍ରୀ
କେନ୍ଦୁଝର: 12 ଡିଗ୍ରୀ
କୋରାପୁଟ: 13 ଡିଗ୍ରୀ
ଢେଙ୍କାନାଳ: 13 ଡିଗ୍ରୀ
ସମ୍ବଲପୁର: 13 ଡିଗ୍ରୀ
ଭୁବନେଶ୍ବର: 14 ଡିଗ୍ରୀ
କଟକ: 14 ଡିଗ୍ରୀ

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର:

ସେପଟେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ରୟାଲସୀମାରେ ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ କିଛି ସ୍ଥାନରେ ପାଗ ମେଘୁଆ ରହିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+