ଚଳିତ ବର୍ଷ କମିଲା ପାସ୍ ହାର୍, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛି ସର୍ବାଧିକ ପାସ୍ ହାର
Odisha Matric Result: ଆଜି ପ୍ରକାଶ ପାଇଛି ୨୦୨୫ର ମାଟ୍ରିକ ଫଳାଫଳ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପାସ୍ ହାର କମିଥିବା ନେଇ ସୂଚନା ରହିଛି । ସୂଚନା ଅନୁସାର, ଗତ ବର୍ଷ ମାଟ୍ରିକ ପାସ ହାର ୯୬.୨୭ ରହିଥିଲା ହେଲେ ଚଳିତ ବର୍ଷ ପାସ୍ ହାର ୯୪.୯୩ ପ୍ରତିଶତ ରହିଛି ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ୍ ଉପସ୍ଥିତ ରହି ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ରେଜଲ୍ଟରେ ଗଜପତି ପାସ୍ ହାର ସର୍ବାଧିକ ରହିଛି ଏବଂ କୋରାପୁଟରେ ରହିଛି ସର୍ବନିମ୍ନ ପାସ ହାର । ଗଜପତି ଜିଲ୍ଲାରେ ପାସ୍ହାର ୯୯.୩୫% । କୋରାପୁଟରେ ପାସ୍ହାର ସର୍ବନିମ୍ନ ୯୨.୮୩% ରହିଛି ।

ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ। ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ ।
ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଚଳିତ ଥର ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୪ ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପିରି ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।












Click it and Unblock the Notifications