କମିଲା ସୁନା ରୂପ ଦର୍, ଗ୍ରାହକଙ୍କୁ ବଡ ଆଶ୍ୱସ୍ତି
ଆଜି ପୁଣି କମିଲା ସୁନା ରୁପା ଦର। ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା। ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି।

ସେହିପରି ୨୨ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି।
ଅନ୍ୟପଟେ ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର। ଆଜି ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି। ଗତ କାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଛି।












Click it and Unblock the Notifications