ପ୍ରେମିକାକୁ ଭେଟିବା ପାଇଁ ପ୍ରେମିକଙ୍କ ଉନ୍ମତ୍ତକାଣ୍ଡ : ପ୍ରେମିକାକୁ ଡାକ ନଚେତ୍ ନଦୀକୁ ଡେଇଁବି
ପ୍ରେମିକାକୁ ଭେଟିବା ପାଇଁ ଯୁବକଙ୍କ ଉନ୍ମତ୍ତକାଣ୍ଡ । ନୂଆ ବ୍ରାହ୍ମଣୀ ସେତୁ ପିଲର୍କୁ ଚଢ଼ି ପାଣିକୁ ଡେଇଁବାକୁ ଉଦ୍ୟମ । ପ୍ରେମିକାକୁ ଡାକ ନଚେତ୍ ପାଣିକୁ ଡେଇଁବି ବୋଲି କହି ଯୁବକ ଜଣଙ୍କ ଚିତ୍କାର କରୁଛନ୍ତି ।
ତେବେ ବର୍ଷା ଓ ଘଡ଼ଘଡ଼ି ସତ୍ତ୍ୱେ ପିଲର୍ ତଳକୁ ଓହ୍ଲାଇବାକୁ ଯୁବକ ନାରାଜ ହେଉ ନାହାନ୍ତି । ତାଙ୍କୁ ଲୋକେ ଡାକିଲେ ବି ସେ ତଳକୁ ଓହ୍ଲାଉ ନାହାନ୍ତି । ଏହି ଘଟଣା ପରେ ଅନେକ ଲୋକେ ସେଠାରେ ରୁଣ୍ଡ୍ ହେଲେଣି । ତେବେ ପ୍ରେମିକା ଏ ପର୍ଯ୍ୟନ୍ତ ଆସି ନାହାନ୍ତି । ଆଗକୁ ସେ ଆସି ପାରନ୍ତି । ଯୁବକ ଜଣକ ଚିଲେଇ ଚିଲେଇ ପ୍ରେମିକାକୁ ଡାକୁଛନ୍ତି ।

ପ୍ରେମିକ ଜଣଙ୍କ ଚିଲେଇ ଚିଲେଇ ପ୍ରେମିକଙ୍କୁ ଡାକିବା ସହିତ, ତୁମେ ମୋର ସାତ ଜନମର ସାଥୀ ବୋଲି କହୁଛୁ । ଆସ ଶୀଘ୍ର ନହେଲେ ମୁଁ ମରିଯିବି ବୋଲି ଯୁବକ ଜଣକ କହୁଛନ୍ତି ବୋଲି ଲୋକେ କହୁଛନ୍ତି । ତେବେ ପ୍ରେମିକା ଏଯାଏଁ ଆସି ନାହାନ୍ତି ।












Click it and Unblock the Notifications