ଛାତ୍ରୀଙ୍କୁ କହିଲେ ମୁଁ ତୁମକୁ ଭଲ ପାଏ; ପ୍ରେମ ନ କରିବାରୁ କହିଲେ ଭୂଗୋଳରେ ଫେଲ୍ କରିଦେବି
ରସିକିଆ ଲଭ୍ ମାଷ୍ଟର। ସାର୍ ଅମର ଭାରି ରସିକିଆ। ଆଉ ରୂପ ବି ସେହିଭଳି। ଯେମିତି ଭୂଗୋଳ ପଢ଼ାନ୍ତି ସେମିତି ପ୍ରେମ ବି କରନ୍ତି। ପୁରା ଅଢ଼େଇ ଅକ୍ଷର ପ୍ରେମ। ପୁରା ମହକୁଚି। ସାର ଅମର ଏମତି ପ୍ରେମ କଲେ ଯେ ସିଧା ମାମୁ ଡାକିକି ସେବା କଲେ। ମାମୁ ବା ଭଣଜା କଥା ରଖିବେନି କେମିତି। ଆଜ୍ଞା ଇଏ ଜହ୍ନ ମାମୁ ନୁହନ୍ତି ବ ଇଏ ବା ପୁଲିସ ମାମୁ। ସିଧା ହାଜତରେ ପୁରାଇ ଦେଇଦେଲେ।
ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ଦେଇ ପ୍ରେମ ଭିକ୍ଷା କଲେ । ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ କଲେ ଭୂଗୋଳ ସାର୍ ।

ଶିକ୍ଷକ ଜଣକ ହେଉଛନ୍ତି ଭରତପୁର ସରସ୍ଵତୀ ଶିଶୁ ମନ୍ଦିରର କାଳୁ ଚରଣ ବଡ଼ ଜେନା । ଶିକ୍ଷକ ଜଣକ ପରୀକ୍ଷା ପୂର୍ବରୁ କୁଆଡେ଼ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦେଇଥିଲେ। ପରୀକ୍ଷା ସରିଲା। ଆଉ ତାଙ୍କୁ ବିବାହ କରିବା କଥା କହିଥିଲେ । ପରେ ଛାତ୍ରୀଙ୍କୁ ସ୍କୁଲ ଭିତରେ ଅଶ୍ଳୀଳ ଇଙ୍ଗିତ କଲେ। ଫୋନ କଲ୍ ଓ ସୋସିଆଲ ଚାଟ୍ରେ ସମ୍ପର୍କ ରଖିବା ପାଇଁ ବାଧ୍ୟ କଲେ ।
ତେବେ ଏହା ପରେ ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଲେ । ଏହି ସମୟରେ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଓ ସେକ୍ରେଟାରୀ ନବଘନ ବାରିକ ସ୍କୁଲକୁ ଡାକିଥିଲେ।
ହେଲେ କମ୍ପ୍ରମାଇଜ କରିବା ବଦଳରେ ଛାତ୍ରୀଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କଲେ। ଏନେଇ ଛାତ୍ରୀ ଓ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କଲେ। ତେବେ ଶିକ୍ଷକ ଜଣଙ୍କୁ ଗିରଫ ଗିରଫ କରି ଭରତପୁର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।












Click it and Unblock the Notifications