ଯାଜପୁରରେ ଲଭ୍ ଜିହାଦ: ବଳପୂର୍ବକ ଉଠାଇ ନେଇ ବିବାହ କରିଥିବା ଅଭିଯୋଗ
ଳପୂର୍ବକ ଜଣେ ମୁସଲମାନ ଯୁବକ କଲେଜରୁ ଫେରୁଥିବା ଜଣେ ହିନ୍ଦୁ ଯୁବତୀଙ୍କୁ ଉଠାଇ ନେବା ପରେ ଜୋର ଜବରଦସ୍ତ ଭାବେ କୋର୍ଟ ମ୍ୟାରେଜ୍ କରିଛନ୍ତି । ଲଭ୍ ଜିହାଦର ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ ।
ଯାଜପୁର: ବଳପୂର୍ବକ ଜଣେ ମୁସଲମାନ ଯୁବକ କଲେଜରୁ ଫେରୁଥିବା ଜଣେ ହିନ୍ଦୁ ଯୁବତୀଙ୍କୁ ଉଠାଇ ନେବା ପରେ ଜୋର ଜବରଦସ୍ତ ଭାବେ କୋର୍ଟ ମ୍ୟାରେଜ୍ କରିଛନ୍ତି । ଲଭ୍ ଜିହାଦର ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ । ତେବେ ଘଟଣାରେ ପୋଲିସ ସମ୍ପୃକ୍ତ ପୁଅର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୋଗ ଅନୁସାରେ, ଧର୍ମଶାଳା ଥାନାର ଟହଟା ଗାଁର ଜଣେ ୨୧ ବର୍ଷୀୟ ଯୁବତୀ ଡିସେମ୍ବର ୫ ତାରିଖରେ ଭି.ଏନ୍ କଲେଜ ଯାଜପୁର ରୋଡକୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆଣିବାକୁ ଯାଇଥିଲେ । ମାତ୍ର ଝିଅ ଘରେ ନପହଞ୍ଚିବା, ବିଳମ୍ବ ହେବାରୁ ପୁଣି ସନ୍ଧ୍ୟା ୫ଟାରେ କଲ୍ କରିଥିଲେ । ହେଲେ ଲାଗିନଥିଲା ଝିଅର ଫୋନ୍, ଥିଲା ସ୍ୱିଚ୍ ଅଫ୍ ।
ପରିବାର ଲୋକ ବହୁ ଖୋଜା ଖୋଜି ପରେ ଥାନାରେ ସମ୍ପୃକ୍ତ ଯୁବକ ଶେଖ୍ ନାମରେ ଏତଲା ଦେଇଥିଲେ । କାରଣ ଶେଖ୍ ପୂର୍ବରୁ ବହୁବାର ଯୁବତୀ ଜଣଙ୍କୁ ଜବରଦସ୍ତ ପ୍ରେମ ନିବେଦନ କରିବା ସହ ଉଠାଇ ନେବାକୁ ଧମକଚମକ ଦେଉଥିଲା ।
ଗରିବ ଶ୍ରେଣୀର ଯୁବତୀଙ୍କ ପରିବାର ପୂର୍ବରୁ ଲୋକଲଜ୍ଜା ଭୟରେ ଶେଖର ଧମକ ନେଇ କାହାକୁ କିଛି ଜଣାଇ ନଥିବା ବେଳେ ଝିଅ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ଧର୍ମଶାଳା ପୋଲିସ ଅପହରଣ ଏତଲାକୁ ଗ୍ରହଣ ନକରି ନିଖୋଜ ନେଇ ଏତଲା ଦେବାକୁ ବାଧ୍ୟ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମାମଲା ଜିଲ୍ଲାପାଳଙ୍କ ପାଖେ ପହଞ୍ଚିଥିବା ବେଳେ ପୋଲିସ ଅଭିଯୁକ୍ତର ବାପା ଅବ୍ଦୁଲ ହମିଦ୍ ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଯାଏ ଯୁବତୀ ଜଣଙ୍କର କୌଣସି ସନ୍ଧାନ ମିଳିନଥିବା ବେଳେ ସେଖକୁ ଖୋଜି ପାଉନି ପୋଲିସ ।












Click it and Unblock the Notifications