ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଆଜି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ନ ୩ଟା ୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଏନେଇ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ରଥରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା' ଛକରୁ ଗାଡ଼ିକୁ ଡାଇଭର୍ଟ କରାଯିବ ।

rukuna rathayatra

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରାକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି। ମଙ୍ଗଳବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାରେ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ୨ଜଣ ଅତିରିକ୍ତ ଡିସିପିଙ୍କ କାନ୍ଧରେ ଏହି ସୁରକ୍ଷା ଦାୟିତ୍ୱ ରହିଛି। ଲିଙ୍ଗରାଜ ମନ୍ଦିର ନିକଟରେ ସୋମବାର କମିଶନରେଟ୍‌ ପୋଲିସ ପକ୍ଷରୁ ଆୟୋଜିତ ସମନ୍ବୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ୬ଜଣ ଏସିପି, ୧୫ଜଣ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ, ୭ଜଣ ଏଏସ୍‌ଆଇ, ୨୨ଜଣ ଏପିଆର କନେଷ୍ଟବଳ, ୨ଜଣ ଟ୍ରାଫିକ୍‌ ହାବିଲଦାର, ୫୧ ଜଣ ଟ୍ରାଫିକ୍‌ କନେଷ୍ଟବଳ, ୫ଜଣ ଓଆର୍‌ ହାବିଲଦାର, ୬ଜଣ ଓଆର୍‌ କନ୍‌ଷ୍ଟେବଳ, ୩୧ ଜଣ ମହିଳା ଓଆର୍‌ କନ୍‌ଷ୍ଟେବଳ ଓ ୭୭ ଜଣ ହୋମଗାର୍ଡ ମଧ୍ୟ ନିଯୋଜିତ କରାଯାଇଛି। ଏହି ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ୪ ଅତିରିକ୍ତ ଡିସିପି, ଜୋନ୍‌ ୨,୩ ଓ ୪ ଏସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ଲିଙ୍ଗରାଜ ମନ୍ଦିର ପୂଜକ, କର୍ମକର୍ତ୍ତା ଏବଂ ସେବାୟତ ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+