Get Updates
Get notified of breaking news, exclusive insights, and must-see stories!

ଆସନ୍ତା ବୁଧବାର ରୁକୁଣା ରଥଯାତ୍ରା, କମିସନରେଟ୍‌‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Rukuna Rath Yatra

ଭୁବନେଶ୍ୱର: ଆସନ୍ତା ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି କମିସନରେଟ‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଗତକାଲି (ଶନିବାର) ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକର ଶୃଙ୍ଖଳିତ ରଥଟଣା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦିଆ ଯାଇଛି। ନିର୍ଦ୍ଧାରିତ ସମୟ ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଆଉ ଠିକ୍‌ ସମୟରେ ରଥଟଣା ଆରମ୍ଭ ହେବା ସହ ମାଉସୀ ମା' ମନ୍ଦିର ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି। ସେଭଳି ଚଳିତବର୍ଷ ପ୍ରଥମ କରି ରଥ ନିକଟରେ ଦୁଇଟି ମଞ୍ଚ କରାଯିବ । ଉକ୍ତ ଦୁଇଟି ଷ୍ଟେଜରେ ଓଡ଼ିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ ।

ସେହିପରି ଗତବର୍ଷ ସୁରକ୍ଷା ପାଇଁ ୬ ଏସିପିଙ୍କ ସମେତ ୧୪ ଇନ୍ସପେକ୍ଟର ଓ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ଚଳିତ ବର୍ଷ ଏହାଠାରୁ ଅଧିକ ପୁଲିସ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ତା' ଛଡ଼ା ରଥ ପ୍ରତିଷ୍ଠା ଦିନଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ରଥ କର୍ଡନ୍‌ ଭିତରେ ଅନଧିକୃତ ବ୍ୟକ୍ତି ଓ ରଥ ଉପରେ ଅନାବଶ୍ୟକ ସେବାୟତଙ୍କ ଉପରେ କଟକଣା ଜାରି କରାଯାଇଛି ।

କର୍ଡନ ଭିତରେ କେବଳ ରଥ ଟାଣିବା ଓ ରଥ ମରାମତି କରିବା ପାଇଁ ଆବଶ୍ୟକ ହେଉଥିବା ଅଧିକୃତ ବ୍ୟକ୍ତିଙ୍କ ସମେତ ଉପଯୁକ୍ତ ଅଧିକାରୀ ଉପସ୍ଥିତ ରହିବେ। ରଥ ଉପରେ ଅନଧିକୃତ ତଥା ଅନାବଶ୍ୟକ ଲୋକ ରହୁଥିବାରୁ ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ହେଉଛି । ଏଣୁ ଏହି ସଂଖ୍ୟା ଉପରେ କଟକଣା କରିବା ପାଇଁ ଏଭଳି ଯୋଜନା ହୋଇଛି। କର୍ଡନ ଭିତରେ ରହିବା ପାଇଁ ମହାରଣା ସେବାୟତ, କରଡ଼ା ସେବାୟତ ଓ ମନ୍ଦିର କର୍ମଚାରୀଙ୍କୁ କମିସନରେଟ୍‌ ପୋଲିସ ପକ୍ଷରୁ ପାସ୍‌ ଯୋଗାଇ ଦିଆଯିବ।

ସେହିପରି ରଥଯାତ୍ରା ଠାରୁ ସ୍ୱର୍ଣ୍ଣାଦୀ ବିଜେ ପର୍ଯ୍ୟନ୍ତ ରଥଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି । ବିଶେଷକରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା' ମନ୍ଦିର ଯାଏଁ ଥିବା ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ କରିବା ଲାଗି ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ଗୁରତ୍ୱ ଦେଇଛି ବିଏମ୍‌‌ସି ।

ସେଭଳି ବର୍ଷା ପାଣି ନ ଜମିବା ପାଇଁ ବ୍ୟବସ୍ଥା କରିବା ସହ ପର୍ଯ୍ୟାପ୍ତ ପରିମାଣ ଲାଇଟ ବ୍ୟବସ୍ଥା କରାଯିବ। ସେପଟେ ଶିବରାତ୍ରି ସମୟରେ ଯେମିତି ମନ୍ଦିର ଫୁଲରେ ସଜାଯାଇଥିଲା ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ସେପରି ଶୃଙ୍ଖଳିତ ନୀତିକାନ୍ତି ଓ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ, ସେବାୟତଙ୍କୁ କମିସନରେଟ୍‌‌ ପୋଲିସ ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+