ଗଡ଼ିଲା ରୁକୁଣା ରଥ, ମାଉସୀ ମା’ ଛକରେ ପହଞ୍ଚି ପାରିଲାନି: କାଲି ପୁଣି ହେବ ରଥ ଟଣା

ଭୁବନେଶ୍ୱର: ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଛି ରଥଟଣା । ତେବେ ଆଜି ମାଉସୀ ମା' ଛକରେ ପହଞ୍ଚି ପାରିଲାନି ରୁକୁଣା ରଥ । ବାଟରେ ବଢ଼େଇବାଙ୍କ ଛକରେ ଅଟକିଲା ରଥ । ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା ।
ସେପଟେ ରୁକୁଣା ରଥଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ପୋଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନରେ ଜାରି ରହିଛି ରଥଟଣା । ରୁକୁଣା ରଥଟଣାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଝିପି ଝିପି ବର୍ଷା ସତ୍ତ୍ୱେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥକୁ ଟାଣିବାକୁ ଓ ଯାତ୍ରାରେ ସାମିଲ ହେବା ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।
ସେପଟେ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଛି । ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବାର ଥିଲା ହେଲେ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ।
ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଛି । ସୁରକ୍ଷା ଦାୟିତ୍ବରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି ।












Click it and Unblock the Notifications