ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ବନ୍ଦ ରହିଛି ନୀତିକାନ୍ତି
ପୁଣି ମନ୍ଦିରରେ ବିଭ୍ରାଟ। ଉପବାସରେ ରହିଲେ ମହାପ୍ରଭୁ। ଗତକାଲି ଠାରୁ ବଲ୍ଲଭ ଭୋଗ ଅର୍ଥାତ୍ ମଧ୍ୟାହ୍ନ ପରଠାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି। ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଥିବା କୁହାଯାଉଛି।

ଲଗାତାର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ଆଉ ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ସେବାୟତ। ପ୍ରଶାସନର ଅବହେଳା ପାଇଁ ଉପବାସରେ ରହୁଛନ୍ତି ଲିଙ୍ଗରାଜ ମହାପ୍ରଭୁ ବୋଲି ଅଭିଯୋଗ ହୋଇଛି।
ହାଣ୍ଡିଭଙ୍ଗା ପର୍ବ: ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ପର୍ବ। ଏହି ପର୍ବ ବିଷୟରେ ଅନେକ ଲୋକ ଜାଣିଥିବା ବେଳେ, କିଛି ଲୋକ ଏବେବି ଅଗୋଚରରେ ରହିଛନ୍ତି। ତେବେ ନିୟମ ଅନୁସାରେ ଏହି ପର୍ବ ପ୍ରତିବର୍ଷ ପାଳନ କରାଯିବା କଥା।
ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଦୀର୍ଘ ୧୧ ବର୍ଷ ହେବ ବନ୍ଦ ରହିଛି। ହାଣ୍ଡିଭଙ୍ଗା ଯାତ୍ରାର ନିୟମ ଅନୁଯାୟୀ, ପ୍ରତିବର୍ଷ ଜାଗର ସରିବା ପରେ ପ୍ରଥମ ଶନିବାର ଦିନ ହିଁ ଏହି ହାଣ୍ଡିଭଙ୍ଗା କାର୍ଯ୍ୟକ୍ରମ କରାଯାଏ।
ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତଙ୍କ ଅଭିଯୋଗ ଅନୁସାରେ, ମହାଶିବରାତ୍ରି ପରେ ପଡ଼ୁଥିବା ଶନିବାରରେ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାଇଥାନ୍ତି ପ୍ରଭୁ ଲିଙ୍ଗରାଜ। ଏହାକୁ ହାଣ୍ଡିଭଙ୍ଗା ଯାତ୍ରା କୁହାଯାଏ। ଯାହା ଗତ ୨୦୧୫ ପରଠାରୁ ୧୧ ବର୍ଷ ହେଲା ବନ୍ଦ ରହିଛି।
ନିର୍ଦ୍ଦେଶନାମା: ତେବେ ଏପରି ନିୟମ ଉଲଘଂନ ନେଇ ପରମ୍ପରା ସ୍ୱାଭାବିକ କରିବା ଲାଗି ଉଚ୍ଚନ୍ୟାୟାଳୟ ଦେବୋତ୍ତର କମିଶନରଙ୍କୁ ଏକାଧିକ ଥର ନିର୍ଦ୍ଦେଶ ଦେଲେଣି। ସମସ୍ତ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନର ସହଯୋଗ ନେଇ ଏହି ନୀତିକୁ ସ୍ୱାଭାବିକ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।












Click it and Unblock the Notifications