ସରିଲା ନବ ଦିନାତ୍ମକ ଯାତ୍ରା , ସିଂହଦ୍ୱାରରେ ଲାଗିଲା ୩ ରଥ

ପୁରୀ: ସରିଲା ନବ ଦିନାତ୍ମକ ଯାତ୍ରା । ଶରଧାବାଲିରୁ ବଡ଼ ଦେଉଳ ବାହୁଡ଼ିଲେ ଚତୁର୍ଦ୍ଧାମୁରତି । ବାହୁଡ଼ା ଦଶମୀରେ ଶ୍ରୀମନ୍ଦିର ଫେରିଛନ୍ତି ତିନି ଦିଅଁ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାବାହୁ, ସତେ ଯେପରି ଶ୍ରୀମନ୍ଦିର ଫେରିବାକୁ ବ୍ୟଗ୍ର ଥିଲେ । ଏଥିପାଇଁ ସୋମବାର ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲୋ ।

ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ଆଗରୁ ବି ରଥଟଣା ହୋଇଥିଲା । ଘଣ୍ଟୁଆର ଘଣ୍ଟନାଦ, ଡାହୁକର ବୋଲି, ଚକର ଘର୍ଘର ନାଦ ସହ ଭକ୍ତଙ୍କ ହରିବୋଲ ଡାକର ଦିବ୍ୟ ପରିବେଶ ଭିତରେ ବିଳିମ୍ବିତ ସନ୍ଧ୍ୟାରେ ତିନି ରଥ ସିଂହଦ୍ୱାରରେ ବିରାଜମାନ କରିଛନ୍ତି । ପ୍ରଥମେ ବେଗେ ବେଗେ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛେ ପଛେ ପହଞ୍ଚିଥିଲେ ସାନ ଭଉଣୀ ।

Lord Jagannath s Bahuda Yatra

ଏହାପରେ ଗହଳି ଧରି ସିଂହଦ୍ୱାରରେ ପହଞ୍ଚିଥିଲେ ହଟିଆ ଠାକୁର କାଳିଆ ସାଆନ୍ତ । ହେରାପଞ୍ଚମୀ ତିଥିରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଗୁଣ୍ଡିଚା ମନ୍ଦିରର ନାକଚଣା ଦୁଆର ପାଖରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଗତକାଲିଠାରୁ ତିନି ଠାକୁରଙ୍କୁ ଅପେକ୍ଷା କରି ରହିଥିଲା । ଆଜି ଭୋରରୁ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+