ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ମାଲିସ୍ ହେବ ଫୁଲୁରି ତେଲ
ପୁରୀ:ଦେବସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଅଣସର ପିଣ୍ତିରେ ବିଜେ ମହାପ୍ରଭୁଙ୍କ ଜର ଭଲ କରିବା ପାଇଁ ଚାଲିଛି
ଗୁପ୍ତନୀତି । ପୁରୀ ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ହୋଇଛି ଫୁଲୁରି ତେଲ । ଜ୍ୱର ଉପଶମ ପାଇଁ କାଲି ଶ୍ରୀଅଙ୍ଗ ଫିଟା ନୀତି ହୋଇଥିଲା । ଆଜି ତିନି ଠାକୁରଙ୍କର ଦେହରେ ଲାଗି ହେବ ଫୁଲୁରି ତେଲ ଫଳରେ ଜ୍ୱରରୁ ଆରୋଗ୍ୟ ହେବେ ଶ୍ରୀଜିଉ । ଏହି ପରମ୍ପରା ଅନାଦିକାଳରୁ ଚାଲି ଆସୁଛି ।

ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଏ ।
ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ନେଇ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି । ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ ବୋଲି ବିଶ୍ୱାସ ରହିଛି।












Click it and Unblock the Notifications