ବର୍ଷାରେ ଭିଜିବ ଘୋଷଯାତ୍ରା!

ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି । ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଚ୍ଚାହେବ ।

ଆଉ ଏଭଳି ସମୟରେ ପାଣିପାଗ ବିଭାଗରୁ ଆସିଛି ବଡ଼ ଖବର । ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଜୁଲାଇ ୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ସ୍ଥାନରେ ୟେଲୋ ଆଲର୍ଟ ଜାରି କରିଛି ବିଭାଗ ।

Lord Jagannath

ଜୁଲାଇ ୮ରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ରାୟଗଡା, ନବରଙ୍ଗପୁର, କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି । ପୁରୀକୁ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଆସନ୍ତାକାଲି ପୁରୀରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+