ସୁସ୍ଥ ହେଲେ ଶ୍ରୀଜିଉ, ମହାପ୍ରଭୁଙ୍କ ସୁସ୍ଥତା ଖବର ନେଇ ରାଜ ପ୍ରସାଦରେ ପହଞ୍ଚିଲେ ସେବାୟତ
ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚି ଲେ ସେବାୟତ। ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ ସେବାୟତ । ଶ୍ରୀଜିଉଙ୍କ ଅସୁସ୍ଥ ସମୟରେ ଗୁପ୍ତ ଉପଚାର ଚାଲୁଥିଲା । ଜ୍ବରରେ ପୀଡ଼ିତ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଥିଲା ଗୋପନ ସେବା ।ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ବାର୍ତ୍ତା ଦେଇଛନ୍ତି।

ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ନବ ପତି ମହାପାତ୍ର, ଗଣେଶ ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, କିର୍ତ୍ତୀ ଦାସମହାପାତ୍ର, ଜଗଦ୍ଦିଶ ଦାସମହାପାତ୍ର ପ୍ରମୁଖ ସେବକଙ୍କ ସହ ଦେଉଳ କରଣ ରୁପା ଥାଳିରେ ମହାପ୍ରଭୁଙ୍କ ଖଇ, ଚନ୍ଦନ, କରାଳ ଓ ପାଟ ଡୋର ସାଙ୍ଗରେ ଧରି ପଟୁଆରରେ ଶ୍ରୀନଅର ପହଞ୍ଚିଥିଲେ।












Click it and Unblock the Notifications